TEAR IN THE RAIN
Barsa Bhija Luha. ଯେତେବେଳେ ବାଦଲ ଗର୍ଜନ କରେ । ପୁଣି, ନୀଳ ଆକାଶରେ କଳା ବାଦଲ ଘେରି ଯାଏ। ଏହି ମନରେ ସେ ଦିନ ବର୍ଷା ଭିଜା କଥା ମନେ ପଡିଯାଏ । ସତରେ ସେ ଦିନର ସେହି ଘଟଣା ଆଉ ଜୀବନରେ କେବେ ଘଟିବନି । ସେହି ଘଟଣା ଜୀବନରେ ଏକ ଅଭୂଲା ସ୍ମୃତିର ଛବି ଆଙ୍କି ଦେଇଛି । ଯେବେ ବି, ଯେତେବେଳେ ବି ବର୍ଷା ହୁଏ, ମୋତେ ସେହି ଦୃଶ୍ୟ ମନେ ପଡେ ହିଁ ପଡେ । ସେ ଦିନଥିଲା ଆମ କଲେଜର ଶେଷ ଦିନ । ପ୍ରାୟ ସମସ୍ତେ ଖୁସିରେ ଥାନ୍ତି । କେବଳ ସୃଷ୍ଟିଙ୍କୁ ଛାଡି ଦେଲେ । ହଁ ମୁ ମଧ୍ୟ ତାଙ୍କ ସହିତ ସାମିଲ । କାରଣ ଆମେ ଦୁହେଁ ଭଲ ବନ୍ଧୁ ଅଟୁ । ସେ ଦିନ ସେ ବହୁତ ହିଁ କାନ୍ଦୁଥିଲେ। ସମସ୍ତଙ୍କଠୁ ଦୂରେଇ ଯିବାର ଦୁଃଖରେ । ତାଙ୍କୁ ଦେଖି ଦେଖି ମୁଁ ବି ଅସମ୍ଭାଳ ହେଇଯାଉଥିଲି । ଏହି ସମୟରେ ଯଦି ମୋ ଆଖିରୁ ଟୋପେ ଲୁହ ଝରିଯାଏ ତା'ହେଲେ ସେ ଚୁପ ହେବାର ପ୍ରଶ୍ନ ଉଠିନଥା'ନ୍ତା । ସେଇଥିପାଇଁ ମୁଁ ନିଜକୁ ସେ ଦିନ ବହୁତ ଆୟତ୍ତରେ ରଖିଲି । ଏମିତି କିଛି ସମୟ ବିତିଗଲା, ଶେଷରେ ବିଦାୟ ନେଇ ଆମେ ବାହାରି ପଡିଲୁ । ଟିକେ ଡେରି ହେଇଯିବା କାରଣରୁ ସୃଷ୍ତିଙ୍କ ବସ ମିସ ହୋଇଗଲା । ଆମେ ବସ ଧରିବା ଆଶାରେ ମୋ ମୋଟର ସାଇକେଲରେ ଟିକେ ଦୂରରେ ଥିବା ବାସଷ୍ଟାଣ୍ଡକୁ ଯିବାକୁ ବାହାରି ପଡିଲୁ । ଜୀବ ବାଟରେ, କିଛି ପଛ ଦିନର କଥା ...