After you WenT, Few Lines for you.

AFTER YOU WENT, FEW LINES FOR YOU.
.......ତୁମେ ଗଲାପରେ, ତୁମ ପାଇଁ ପଦେ.......


ଭଲପାଇ ମୁ୍ଁ ତୁମକୁ, ତୁମକୁ ପାଇବା ଆଶାରେ
ମୁଁ ସମ୍ପୂର୍ଣ୍ଣ ବଦଳି ଗଲି ।।
ବଦଳି ନି ପ୍ରିୟା ମୁହିଁ ଏକା, ତୁମେ ବି ଗଲ ବଦଳି
ବଦଳି ତୁମେ ମୋ'ଠୁ ଦୁରକୁ ଗଲ ଚାଲି।।
ଚାଲିଗଲ ଏପରି ଦୁରକୁ
ଏକା କରି ମୋ ମନ ଜୀବନକୁ
ହାତ ଧରି ପୁଣି ଆଉ କାହାକୁ।।
ହାତ ଧରି ଆମେ ଏକ ଆରେକର
ଗଢିବା ଆମେ ସୁନା ସଂସାର
ଏହା ଥିଲା ଆମ ଜୀବନ ଗୀତର ସ୍ଵର।।
ସେ ଗୀତର ସ୍ଵର ତାଳ
ଗଲା ଗୋ ପ୍ରିୟା ବିଗିଡି
ସୁନାର ସପନ ସବୁ ଗଲା ଜଳି ପୋଡି।।
ଜାଳି ପୋଡି ଦେଲୁ ତୁ 
ମୋ ଜୀବନର ଲକ୍ଷ୍ୟ, ସପନ
ଚୁନା କରି ଦେଲୁ ପୁଣି ମୋ ଟିକି ମନ।।
ଚୁନା କଲୁ ମନ, ଜାଳିଲୁ ସପନ
ଦୁଃଖ ନାହିଁ କି ନାହିଁ ଅଭିମାନ 
ଦୁଃଖ ଏତିକି କଲୁ ବୋଲି ମିଛ ଅଭିନୟ ।।
ଭଲପାଇବାର କଲୁ ଏପରି ଅଭିନୟ
କରି ନ ପାରିଲି ଟିକିଏ ସନ୍ଦେହ
ଜାଣିପାରିଲି ନି, ନାହିଁ ବୋଲି ତୋ' ହୃଦୟ ।।
ଦୁଃଖ ନାହିଁ ଆଜି ବି
ନାହିଁ ତୋ ପ୍ରତି ମୋ ଅଭିମାନ
ହୋଇଛି ଆଜି ପୁଣି ମା'ର ଗେଲ୍ଲା ସନ୍ତାନ ।।
ତୋ ପ୍ରେମ ଥିଲା ମୋ ଜୀଇଁବାର କାରଣ
ଚାଲିଥିଲି ହାରିବାକୁ ଏ ସୁ୍ନ୍ଦର ଜୀବନ
ହୃଦୟ ଭାଙ୍ଗି ଆଖି ଖୋଲି ଦେଲୁ
ହେଲି ମୁଁ ଆଜି ପିତାମାତାଙ୍କ ବଞ୍ଚିବାର କାରଣ ।।
ତୁମକୁ ଭଲପାଇ 
ଯାଇଥିଲି ସାଙ୍ଗସାଥି ମେଳୁ ଦୁରେଇ
ତୁମଠୁ ଦୁରେଇ, ଗଲି ସେ ସଭିଙ୍କୁ ପାଇ ।।
ତୁମ ସାଥେ ଖୁସି ମିଳୁଥିଲା ଯେତେକ
ଆଜି ପାଉଛି ଖୁସି ତା'ଠୁ ଅଧିକ
ନାହିଁ ଆଉ କିଛି ବାଧ୍ୟ ବାଧକ ।।
ଅଳପ ଯାହା ଅଛି ମୋ'ଠି, ଖୁସି ନ ହୋଇ ସେଇଠି
ନ ଥିବା ପ୍ରତି ଆଗଭରା ହେଲ
ତା'କୁ କାରଣ କରି ମୋ'ଠୁ ଦୁରେଇ ଗଲ ।।
ମୋ'ଠି କିଛି ନାହିଁ ବୋଲି 
ତୁମେ ଗଲ ମୋ'ଠୁ ଦୁରକୁ ଚାଲି
ଦିନ ଆସୁଅଛି ତୁମେ ନିଶ୍ଚୟ ଚାହିଁ ପଛକୁ ବୁଲି ।।
ସେ ଦିନ ଲାଜରେ ମୁହଁ ନଇଁ ପଡିବ
ଆଖିରୁ ଦି'ଟୋପା ଲୁହ ଝରିବ 
କହି ପାରିବନି କିଛି
ତୁମ ଓଠ କେବଳ ଥରିବ ।।
ସାହସ କରିପାରିବ ନି
ଠିଆ ହେବାକୁ ମୋ ଆଗରେ
ନିଜେ ନିଜେ ଜଳିଯିବ ପୁଣି ଲାଜରେ ।।
ନେହୁରା ହୋଇଣ ସେ ଦିନ ତୁମରି ଆଗରେ
ଧନ୍ୟବାଦ ସହ, ଦୁଇ ହାତ ଯୋଡ଼ି ଦେବି ମୁଁ
ଅକୁହା ନୀରବ ଭାବକୁ ମୋର
ସେ ଦିନ ନିଶ୍ଚୟ ବୁଝି ଯିବୁ ତୁ ।। 


gracehebal@gmail.com
8763914568

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
     crossorigin="anonymous"></script>

Comments

Popular Posts

The Christmas Story You Missed: Why There is a Shadow Over the Manger?

When God Ruins Your Plans: Why the "Christmas Interruption" is the Best Thing That Can Happen to You

Choosing Your Spiritual Inheritance: Belonging to God or the Devil.