I DO NOT WANT TO SPEAK.
$ କହିବିନି $ ପ୍ରଥମ ଦେଖାରୁ ମତେ ଭଲ ଲାଗୁ ତୁ ମୋତେ ଭଲ କହ ବୋଲି ତୋତେ କହିବିନି । ଆଖିର ଝରକା ଦେଇ ହୃଦୟରେ ଆସି ତୋଳିଛୁ ଘର ତୋ ହୃଦୟରେ ଘରଟେ ତୋଳିଦେ କହିବିନି । ପ୍ରଥମ ଦେଖାରୁ ତୋତେ ଭଲପାଇ ବସିଛି ପ୍ରିୟା ତୁ ବି ମୋତେ ଭଲ ପାଆ ବୋଲି କହିବିନି । ନିଜ ଶରୀର ପରି ତୋ'ର ଯତ୍ନ ନେବି ହେଲେ, ସେ ପରି ଯତ୍ନ ନେ ଏକଥା ତୋତେ କହିବିନି । ଟିକେ ଦୂରେ ଥିଲେ ବହୁତ ମାନେ ପଡୁ ତୁ ତୁ ବି ମୋତେ ମାନେ ପକା କହିବିନି । ତୋ ସହିତ ଅଧିକରୁ ଅଧିକ ସମୟ ବିତେଇବାକୁ ମୋ ଇଚ୍ଚ୍ହା ତୁ ମୋ ସହିତ ହିଁ ସମୟ ବିତା ଏକଥା ତୋତେ କହିବିନି ॥ ତୋ ସୁଖରେ ଦୁଃଖରେ ଛାଇପରି ସାଥେ ରହିବି ଅନିଚ୍ଛା ସ୍ଵତେ ତୁ ମୋ ସାଥିରେ ରହ କହିବିନି । ତୋ'ଠୁ ନିମିଷକେ ପାଇଁ ଦୂରେ ରହି ପାରିବନି ତୁ କଣ ପାଇଁ ଦୂରେ ଦୂରେ ରହୁଛୁ ତୋତେ କହିବିନି ॥ <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932" crossorigin="anonymous"></script>