I DO NOT WANT TO SPEAK.
$ କହିବିନି $
ପ୍ରଥମ ଦେଖାରୁ ମତେ ଭଲ ଲାଗୁ ତୁ
ମୋତେ ଭଲ କହ ବୋଲି ତୋତେ କହିବିନି ।
ଆଖିର ଝରକା ଦେଇ ହୃଦୟରେ ଆସି ତୋଳିଛୁ ଘର
ତୋ ହୃଦୟରେ ଘରଟେ ତୋଳିଦେ କହିବିନି ।
ପ୍ରଥମ ଦେଖାରୁ ତୋତେ ଭଲପାଇ ବସିଛି ପ୍ରିୟା
ତୁ ବି ମୋତେ ଭଲ ପାଆ ବୋଲି କହିବିନି ।
ନିଜ ଶରୀର ପରି ତୋ'ର ଯତ୍ନ ନେବି
ହେଲେ, ସେ ପରି ଯତ୍ନ ନେ ଏକଥା ତୋତେ କହିବିନି ।
ଟିକେ ଦୂରେ ଥିଲେ ବହୁତ ମାନେ ପଡୁ ତୁ
ତୁ ବି ମୋତେ ମାନେ ପକା କହିବିନି ।
ତୋ ସହିତ ଅଧିକରୁ ଅଧିକ ସମୟ ବିତେଇବାକୁ ମୋ ଇଚ୍ଚ୍ହା
ତୁ ମୋ ସହିତ ହିଁ ସମୟ ବିତା ଏକଥା ତୋତେ କହିବିନି ॥
ତୋ ସୁଖରେ ଦୁଃଖରେ ଛାଇପରି ସାଥେ ରହିବି
ଅନିଚ୍ଛା ସ୍ଵତେ ତୁ ମୋ ସାଥିରେ ରହ କହିବିନି ।
ତୋ'ଠୁ ନିମିଷକେ ପାଇଁ ଦୂରେ ରହି ପାରିବନି
ତୁ କଣ ପାଇଁ ଦୂରେ ଦୂରେ ରହୁଛୁ ତୋତେ କହିବିନି ॥
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
crossorigin="anonymous"></script>
Comments
Post a Comment