ମୋ ପ୍ରେମ ...
ମୋ ପ୍ରେମ ପ୍ରେମ ମୋ ନୁହେ ବରଫ ଖଣ୍ଡ ସୁରୂଜ କିରଣ ରେ ତରଳି ଯିବ , ନୁହେ ପୁଣି ଏହା ବାଲିର ଘର ପାଣି ପଡିଲେ ଧୁଳେଇ ଯିବ । । ପ୍ରେମ ମୋର ନୁହେଁ ଫୁଲର ମାଳ ପବନ ବାଜିଲେ ମଉଳି ଯିବ , ପ୍ରେମ ଅଟେ ମୋର ନଈ ପାଖର ବୃକ୍ଷ ସେ ସ୍ଵ-ସମୟରେ ଫଳ ଦେବ । । ନ କର ମୋ ପ୍ରେମ କୁ ହୀନ ତୁମ ପାଇଁ ଏହା ଅଟେ ଚିରନ୍ତନ , ନ କର ପୁଣି ମୋ ମନକୁ ଉଦାସୀନ ତୁମରି ପାଇଁ ଅଛି ପ୍ରେମ , ମୋ ଜୀବନେ ସୀମାହୀନ । । gracehebal@gmail . com <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932" crossorigin="anonymous"></script>