TEAR IN THE RAIN
Barsa Bhija Luha.
ଯେତେବେଳେ ବାଦଲ ଗର୍ଜନ କରେ । ପୁଣି, ନୀଳ ଆକାଶରେ କଳା ବାଦଲ ଘେରି ଯାଏ। ଏହି ମନରେ ସେ ଦିନ ବର୍ଷା ଭିଜା କଥା ମନେ ପଡିଯାଏ । ସତରେ ସେ ଦିନର ସେହି ଘଟଣା ଆଉ ଜୀବନରେ କେବେ ଘଟିବନି । ସେହି ଘଟଣା ଜୀବନରେ ଏକ ଅଭୂଲା ସ୍ମୃତିର ଛବି ଆଙ୍କି ଦେଇଛି । ଯେବେ ବି, ଯେତେବେଳେ ବି ବର୍ଷା ହୁଏ, ମୋତେ ସେହି ଦୃଶ୍ୟ ମନେ ପଡେ ହିଁ ପଡେ ।
ସେ ଦିନଥିଲା ଆମ କଲେଜର ଶେଷ ଦିନ । ପ୍ରାୟ ସମସ୍ତେ ଖୁସିରେ ଥାନ୍ତି । କେବଳ ସୃଷ୍ଟିଙ୍କୁ ଛାଡି ଦେଲେ । ହଁ ମୁ ମଧ୍ୟ ତାଙ୍କ ସହିତ ସାମିଲ । କାରଣ ଆମେ ଦୁହେଁ ଭଲ ବନ୍ଧୁ ଅଟୁ । ସେ ଦିନ ସେ ବହୁତ ହିଁ କାନ୍ଦୁଥିଲେ। ସମସ୍ତଙ୍କଠୁ ଦୂରେଇ ଯିବାର ଦୁଃଖରେ । ତାଙ୍କୁ ଦେଖି ଦେଖି ମୁଁ ବି ଅସମ୍ଭାଳ ହେଇଯାଉଥିଲି । ଏହି ସମୟରେ ଯଦି ମୋ ଆଖିରୁ ଟୋପେ ଲୁହ ଝରିଯାଏ ତା'ହେଲେ ସେ ଚୁପ ହେବାର ପ୍ରଶ୍ନ ଉଠିନଥା'ନ୍ତା । ସେଇଥିପାଇଁ ମୁଁ ନିଜକୁ ସେ ଦିନ ବହୁତ ଆୟତ୍ତରେ ରଖିଲି । ଏମିତି କିଛି ସମୟ ବିତିଗଲା, ଶେଷରେ ବିଦାୟ ନେଇ ଆମେ ବାହାରି ପଡିଲୁ । ଟିକେ ଡେରି ହେଇଯିବା କାରଣରୁ ସୃଷ୍ତିଙ୍କ ବସ ମିସ ହୋଇଗଲା । ଆମେ ବସ ଧରିବା ଆଶାରେ ମୋ ମୋଟର ସାଇକେଲରେ ଟିକେ ଦୂରରେ ଥିବା ବାସଷ୍ଟାଣ୍ଡକୁ ଯିବାକୁ ବାହାରି ପଡିଲୁ । ଜୀବ ବାଟରେ, କିଛି ପଛ ଦିନର କଥା ମାନେ ପକେଇ ହୋସିଲୁ । ପୁଣି କିଛି କଥା ପାଇଁ ଏକ ଆରେକକୁ କ୍ଷମା ପ୍ରାର୍ଥନା କଲୁ ।
ଏହି ବାଟରେ ମୁ ପଦେ କହିଲି, ମୁ ମୋ ସ୍ଵାର୍ଥ ପାଇଁ ତୁମ ସହିତ ମିସିଥିଲି । ଆଉ, ଯଦି କିଛି ମୋ ଅଜାଣତରେ ବା ଜାଣତରେ ଭୁଲ ହୋଇଥାଏ । ତା'ହେଲେ, ଦୟାକରି ନିଜ ଗୁଣରେ କ୍ଷେମ କରିଦେବ । ଏହି କଥା କହୁ କହୁ, ସେ ବି ଠିକ ମୋ କଥା ଭଳି ହିଁ ଉତ୍ତର ଦେଲେ। ମୁଁ ମଧ୍ୟ ମୋ ସ୍ଵାର୍ଥ ପାଇଁ ହିଁ ତୁମୋ ସହିତ ମିସିଥିଲି । ମୁ ତାଙ୍କର ସ୍ଵାର୍ଥ କଣ ପଚାରିବାରୁ କହିଲେ କି ତୁମ ସହିତ ମୁ ନିଜକୁ ସିକିଓର ଫୀଲ କରୁଛି ଆଉ ସେଇଥିପାଇଁ ତମେ ମୋତେ ଭାଲାଲାଗ ବୋଲି ତୁମ ସହିତ ମୁ ମିସିଥିଲି ।
ଏମିତି କଥା ହୋଇ ଯାଉ ଯାଉ ବାଟରେ ଗୋଟିଏ ଗଛ ତଳେ ଟିକେ ଅଟକି ଗଲୁ । ସାମ୍ନା ସାମ୍ନା ଯେତେବେଳେ ଠିଆ ହେଲୁ । ଆଉ କେହି କାହା କଥା ଶୁଣିବ ମୁଡରେ ନଥିଲୁ । ଦୁହେଁଙ୍କ ଆଖି ମଧ୍ୟ ଲୁହରେ ଭିଜି ଯାଇଥିଲା ହେଲେ କିଛି କଥା ପାଟିରୁ ବାହାରୁ ନଥିଲା । ଠିକ ସମୟରେ ମେଘର ଗର୍ଜନ, ନୀଳ ଆକାଶରେ କଳା ବାଦଲର ଛାୟା ଛୟୀ ଗଲା । ଏତେ ଜୋରରେ ବର୍ଷା ହେଲା ଯେ ଆମେ ଆଉ ପାଦେ ବି ଘୁଞ୍ଚି ପାରିଲୁନି । ଆଉ ଆମ ଆଖିରୁ ଝରୁଥିବା ଲୁହ କମିବାର ନା ନେଲା ନାହିଁ । ଆଖିର ଲୁହ ବର୍ଷାର ପାଣି ମିଶି ହଜିଗଲା । ସତରେ ସେହି ବର୍ଷା ଭିଜା ଲୁହ ମୋ ଏହି ଜୀବନରେ ଚିର ଦିନ ପାଇଁ ସ୍ମୃତି ଟିଏ ହୋଇ ରହିଯାଇଛି ।
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
crossorigin="anonymous"></script>
Comments
Post a Comment