MU KALE TOTE BHALA PAUCHHI
ମୁଁ କାଳେ ତୋତେ ଭଲ ପାଉଛି ଯେଉଁ ଆଡେ ଯାଏ, ତୋତେ ହିଁ ପାଏ । ଯାହାକୁ ବି ଦେଖେ, ତୋରି ଚେହେରା ହିଁ ଦିଶେ ॥ ଏମିତି, ଯେମିତି ହେଉଛି ମୁଁ କାଳେ ତୋତେ ଭଲ ପାଉଛି । ବହି ଯେବେ ଖୋଲୁଛି, ଭାବି ସତେ ପଢିବି କିଛି । ପାଠ ନାହି ସେଇଠି, ତୋରି ଛବି ଦୁଶୁଛି ॥ କଲମ ଯେତେବେଳେ ଧରୁଛି, ଭାବି ଲେଖିବି କିଛି । କେବଳ ତୋ ବିଷୟରେ ଲେଖି ମୁଁ ଯାଉଛି ॥ ଏମିତି, ଯେମିତି ହେଉଛି ମୁଁ କାଳେ ତୋତେ ଭଲ ପାଉଛି ॥ କଥା ନ ହୋଇ ରହି ମୁଁ ପାରୁନି, ହୃଦୟ ମୋର ଜଳୁଛି । ଶାନ୍ତିରେ ପଦୁଟେ କଥା ହେଲେ ତୋରି ସାଥିରେ, ଓଠରୁ ମୋର ହସ ଫୁଟୁଛି ॥ ଏମିତି, ଯେମିତି ହେଉଛି ମୁଁ କାଳେ ତୋତେ ଭଲ ପାଉଛି ॥ ତୋତେ ନ ଜଣାଇ, ତୋତେ ଦୁଃଖ ନ ଦେଇ ତୋଠୁ ଦୂରକୁ ଯିବାକୁ ଇଚ୍ଛା କରିବି ତୋରି ପକ୍ଷେ ହିଁ ଆସି ଅଟକି ଯାଉଛି ॥ ଏମିତି, ଯେମିତି ଲାଗୁଛି ମୁଁ ସତରେ ତୋତେ ଭଲ ପାଉଛି ॥ gracehebal@gmail.com 8763914568 <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932" ...