THIS IS THE TIME JUST RECALL HIM. ( ସ୍ମରଣ କର )
ସ୍ମରଣ କର
ସୃଷ୍ଟି କରତାଙ୍କୁ କର ହେ ସ୍ମରଣ
ଆପଣା ଯୌବନ କାଳରେ,
ଆସୁଅଛି ଅପରି ଏକ ଭୟାନକ ଦିନ
କହିବ ଯେବେ କିଛି ସୁଖ ନାହି ଏଥିରେ ।
ନ ଥିବ ସୂର୍ଯ୍ୟ ଚନ୍ଦ୍ର ଦୀପ୍ତି ଆଉ ତାରାଗଣ
ହୋଇ ଆଲୋକ ମୟ,
ବରଷା ପରେ ବି ପୁନର୍ବାର ଆସିବ
ମେଘର ଅନ୍ଧକାର ସମୟ ।
ହୋଇ ଯିବେ ସବୁ ଘୃହ ରକ୍ଷକ ଗଣ
ଆସିବା ଯେବେ ସେଇ ଦିନ,
ଆପେ ନତ ହେବେ ପୁଣି ସେଇ ଦିନ
ଥିବେ ଯେତେ ବଳବାନ ।
ଅଳପ ହେବାରୁ ଯିବ ପେଷିକା
କର୍ମରୁ ନିବୃତ ହୋଇ,
ଯିବେ ଯେତେ ସବୁ ଦୃଷ୍ଟିକାରିଣୀ ଝରକାରେ
ଅନ୍ଧକାର ଗ୍ରସ୍ତା ହୋଇ ।
ସେ ସମୟରେ କ୍ଷୀଣ ହୋଇବ ପେଷଣ ଶବ୍ଦ
ପଥ ଆଡେ ହେବ ଦ୍ଵାରା ରୁଦ୍ଧ,
ଉଠିବ ଶୁଣି ସେ ପକ୍ଷୀର ନାଦ
କ୍ଷୀଣ ହୋଇଯିବେ ଯେ କରିଥିବେ ବାଦ୍ୟ ।
ଉଚ୍ଚ ସ୍ଥାନ ଦେଖି ହୋଇବ ଭୀତ
ପଥରେ ପୁଣି ହେବ ତ୍ରାସ
ଆପଣା ଭାରରେ ପଡିଙ୍ଗ ହୋଇବ ଭାରଗ୍ରସ୍ତ
ହୋଇଯିବ ବାଦାମ ବୃକ୍ଷ ପୁଷ୍ପିତ ॥
gracehebal@gmail.com
8763914568
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
crossorigin="anonymous"></script>
Comments
Post a Comment