ସେଇ ବର୍ଷା ଆଉ ତୁମେ

ସେଇ ବର୍ଷା ଆଉ ତୁମେ


ରାତିରେ tied ହୋଇ ଶୋଇବା ପରେ ସପନରେ ଭରି, କେତେବେଳେ ରାତି ପାହିଗଲା ଜଣା ହିଁ ପଡିଲା ନାହିଁ । ସକାଳେ ଉଠି ଦେଖିଲା ବେଳକୁ ବାହାରେ ଝିପିଝିପି ବର୍ଷା । ବହୁତ ଦିନ ପରେ ବର୍ଷା ଦେଖି, ବର୍ଷାରେ ଓଦା ହେବା ପାଇଁ ମନରେ ଉତ୍ସାହ ଭରିଗଲା । ବାହାରେ ଯାଇ ବର୍ଷାରେ ଭିଜୁଥାଏ । ସେତେବେଳେ ଦେଖିପାରିଲି ଗୋଟେ ଅଦେଖା ମୁହଁ । ଏତେ ସୁନ୍ଦର ସେ ଚେହେରା, ଯେ ଲାଗେ ସତେ ଯେମିତି ଗୋଟେ ଚାଉଳରେ ଗଢା । ଅଚିହ୍ନା ମୁହଁ, ଅଚିହ୍ନା ଚେହେରା କିନ୍ତୁ ଲାଗେ ସେ ଅତି ଆପଣା ।


ଅଚିହ୍ନା ହେଲେ ବି ସେ ପାଖକୁ ଆସିଲା । ମୋ ହାତରେ ହାତ ଧରି, ମୋ ସହିତ ବର୍ଷାରେ ସେ ବି ଓଦା ହେଲା । ଖୁସିରେ ଝୁମିଲା ହେଲେ ମୁଁ ତାରି ମୁହଁକୁ ଚାହିଁ ରହିଥାଏ । ଭାବୁଥାଏ, ଏ କିଏ ? ଏହାର ନାଁ କଣ ? ହେଲେ କିଛି ପଚାରି ପାରୁ ନ ଥାନ । ଏମିତି କେତେ ସମୟ ବିତିଗଲା । ବର୍ଷା ବି ଥମି ଗଲା, ଚେହେରା ବି ଅଦେଖା ହୋଇଗଲା ହେଲେ ସେଇ ଦେଖା ଏକ ସ୍ମତି ପାଲଟିଗଲା । ଆଜି ବି ଯେତେବେଳେ ବର୍ଷା ହୁଏ, ସେଇ ଚେହେରା ଆଖିରେ ନାଚି ଉଠେ । ଆଉ ତାରି ସ୍ମତିରେ ବର୍ଷାରେ ଓଦା ହେବା ପାଇଁ ମନରେ ଖୁସି ଭରିଯାଏ । ମନ ଝୁମି ଯାଏ ।
ହେଲେ ଆଜି ବି ଏ ପାଗଳ ମନ ସେଇ ଚେହେରା ଖୋଜି ବୁଲେ । କାଳେ କେଉଁଠି ସେଇ ଚେହେରାର ଦେଖା ମିଳିବ । ତା ସହିତ ପୁଣି ଭେଟ ହେବ କିଛି କଥା ହେବ । ଏଇ ଆଶା ନେଇ ଏ ପାଗଳ ମନ ଆଜି ବି ସେଇ ଚେହେରାକୁ ଖୋଜେ । ହେଲେ ଏ ଯାଏଁ ସେ ଚେହେରାର ଦେଖା ନାହିଁ । କେଉଁଠି ଚାଲିଗଲା ସେ, କିଛି ଠିକଣା ମିଳୁ ନାହିଁ । ପାଇବାର ଆଶା ନ ଥିଲେ ମଧ୍ୟ ତାକୁ ଚାହିଁ ବସିଛି । ତା ପ୍ରେମର କିଛି ଖବର ନଥିଲେ ହେଁ ତାକୁ ଭଲ ପାଇ ବସିଛି । ସତରେ ସେ ମୋ ମନ, ପ୍ରାଣ ଓ ଜୀବନ ସହିତ ଯୋଡି ହୋଇଯାଇଛି । ସେଇ ବର୍ଷା ଆଉ ତାର ପ୍ରଥମ ଦେଖା ଜୀବନରେ ଏକ ସ୍ମୃତି ପାଲଟି ଯାଇଛି ।

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
     crossorigin="anonymous"></script>

Comments

Post a Comment

Popular Posts

AFTER YOU WENT, FEW LINE FOR YOU

A Valentine's Day Story

Tere Yaad Mai...