ସେଇ ବର୍ଷା ଆଉ ତୁମେ
ସେଇ ବର୍ଷା ଆଉ ତୁମେ
ରାତିରେ tied ହୋଇ ଶୋଇବା ପରେ ସପନରେ ଭରି, କେତେବେଳେ ରାତି ପାହିଗଲା ଜଣା ହିଁ ପଡିଲା
ନାହିଁ । ସକାଳେ ଉଠି ଦେଖିଲା ବେଳକୁ ବାହାରେ ଝିପିଝିପି ବର୍ଷା । ବହୁତ ଦିନ ପରେ ବର୍ଷା ଦେଖି,
ବର୍ଷାରେ ଓଦା ହେବା ପାଇଁ ମନରେ ଉତ୍ସାହ ଭରିଗଲା । ବାହାରେ ଯାଇ ବର୍ଷାରେ ଭିଜୁଥାଏ ।
ସେତେବେଳେ ଦେଖିପାରିଲି ଗୋଟେ ଅଦେଖା ମୁହଁ । ଏତେ ସୁନ୍ଦର ସେ ଚେହେରା, ଯେ ଲାଗେ ସତେ ଯେମିତି
ଗୋଟେ ଚାଉଳରେ ଗଢା । ଅଚିହ୍ନା ମୁହଁ, ଅଚିହ୍ନା ଚେହେରା କିନ୍ତୁ ଲାଗେ ସେ ଅତି ଆପଣା ।
ଅଚିହ୍ନା
ହେଲେ ବି ସେ ପାଖକୁ ଆସିଲା । ମୋ ହାତରେ ହାତ ଧରି, ମୋ ସହିତ ବର୍ଷାରେ ସେ ବି ଓଦା ହେଲା ।
ଖୁସିରେ ଝୁମିଲା ହେଲେ ମୁଁ ତା’ରି ମୁହଁକୁ ଚାହିଁ ରହିଥାଏ ।
ଭାବୁଥାଏ, ଏ କିଏ ? ଏହାର ନାଁ କଣ ? ହେଲେ କିଛି ପଚାରି ପାରୁ ନ ଥାନ । ଏମିତି କେତେ ସମୟ ବିତିଗଲା । ବର୍ଷା ବି
ଥମି ଗଲା, ଚେହେରା ବି ଅଦେଖା ହୋଇଗଲା । ହେଲେ
ସେଇ ଦେଖା ଏକ ସ୍ମତି ପାଲଟିଗଲା । ଆଜି ବି ଯେତେବେଳେ ବର୍ଷା ହୁଏ, ସେଇ ଚେହେରା ଆଖିରେ ନାଚି
ଉଠେ । ଆଉ ତା’ରି ସ୍ମତିରେ ବର୍ଷାରେ ଓଦା ହେବା ପାଇଁ ମନରେ ଖୁସି ଭରିଯାଏ । ମନ ଝୁମି ଯାଏ
।
ହେଲେ ଆଜି ବି ଏ ପାଗଳ ମନ ସେଇ ଚେହେରା ଖୋଜି ବୁଲେ । କାଳେ କେଉଁଠି ସେଇ ଚେହେରାର ଦେଖା ମିଳିବ । ତା ସହିତ ପୁଣି ଭେଟ ହେବ କିଛି କଥା ହେବ । ଏଇ ଆଶା ନେଇ ଏ ପାଗଳ ମନ ଆଜି ବି ସେଇ ଚେହେରାକୁ ଖୋଜେ । ହେଲେ ଏ ଯାଏଁ ସେ ଚେହେରାର ଦେଖା ନାହିଁ । କେଉଁଠି ଚାଲିଗଲା ସେ, କିଛି ଠିକଣା ମିଳୁ ନାହିଁ । ପାଇବାର ଆଶା ନ ଥିଲେ ମଧ୍ୟ ତାକୁ ଚାହିଁ ବସିଛି । ତା ପ୍ରେମର କିଛି ଖବର ନଥିଲେ ହେଁ ତାକୁ ଭଲ ପାଇ ବସିଛି । ସତରେ ସେ ମୋ ମନ, ପ୍ରାଣ ଓ ଜୀବନ ସହିତ ଯୋଡି ହୋଇଯାଇଛି । ସେଇ ବର୍ଷା ଆଉ ତାର ପ୍ରଥମ ଦେଖା ଜୀବନରେ ଏକ ସ୍ମୃତି ପାଲଟି ଯାଇଛି । <script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
crossorigin="anonymous"></script>
Sooooo Lovely
ReplyDelete