Posts

Showing posts from June, 2017

ସେଇ ବର୍ଷା ଆଉ ତୁମେ

ସେଇ ବର୍ଷା ଆଉ ତୁମେ ରାତିରେ tied ହୋଇ ଶୋଇବା ପରେ ସପନରେ ଭରି, କେତେବେଳେ ରାତି ପାହିଗଲା ଜଣା ହିଁ ପଡିଲା ନାହିଁ । ସକାଳେ ଉଠି ଦେଖିଲା ବେଳକୁ ବାହାରେ ଝିପିଝିପି ବର୍ଷା । ବହୁତ ଦିନ ପରେ ବର୍ଷା ଦେଖି, ବର୍ଷାରେ ଓଦା ହେବା ପାଇଁ ମନରେ ଉତ୍ସାହ ଭରିଗଲା । ବାହାରେ ଯାଇ ବର୍ଷାରେ ଭିଜୁଥାଏ । ସେତେବେଳେ ଦେଖିପାରିଲି ଗୋଟେ ଅଦେଖା ମୁହଁ । ଏତେ ସୁନ୍ଦର ସେ ଚେହେରା, ଯେ ଲାଗେ ସତେ ଯେମିତି ଗୋଟେ ଚାଉଳରେ ଗଢା । ଅଚିହ୍ନା ମୁହଁ, ଅଚିହ୍ନା ଚେହେରା କିନ୍ତୁ ଲାଗେ ସେ ଅତି ଆପଣା । ଅଚିହ୍ନା ହେଲେ ବି ସେ ପାଖକୁ ଆସିଲା । ମୋ ହାତରେ ହାତ ଧରି, ମୋ ସହିତ ବର୍ଷାରେ ସେ ବି ଓଦା ହେଲା । ଖୁସିରେ ଝୁମିଲା ହେଲେ ମୁଁ ତା ’ ରି ମୁହଁକୁ ଚାହିଁ ରହିଥାଏ । ଭାବୁଥାଏ, ଏ କିଏ ? ଏହାର ନାଁ କଣ ? ହେଲେ କିଛି ପଚାରି ପାରୁ ନ ଥାନ । ଏମିତି କେତେ ସମୟ ବିତିଗଲା । ବର୍ଷା ବି ଥମି ଗଲା, ଚେହେରା ବି ଅଦେଖା ହୋଇଗଲା । ହେଲେ ସେଇ ଦେଖା ଏକ ସ୍ମତି ପାଲଟିଗଲା । ଆଜି ବି ଯେତେବେଳେ ବର୍ଷା ହୁଏ, ସେଇ ଚେହେରା ଆଖିରେ ନାଚି ଉଠେ । ଆଉ ତା ’ ରି ସ୍ମତିରେ ବର୍ଷାରେ ଓଦା ହେବା ପାଇଁ ମନରେ ଖୁସି ଭରିଯାଏ । ମନ ଝୁମି ଯାଏ । ହେଲେ ଆଜି ବି ଏ ପାଗଳ ମନ ସେଇ ଚେହେରା ଖୋଜି ବୁଲେ । କାଳେ କେଉଁଠି ସେଇ ଚେହେରାର ଦେଖା ମିଳିବ । ତା ସହିତ ପୁଣି ଭେଟ ହେବ କିଛି କଥା ହେବ । ଏଇ ଆଶା ନେଇ ଏ ପାଗଳ ମନ ଆଜି ବି ସେଇ ଚେହେରାକୁ ...