GOOD FRIDAY #GOOD_FRIDAY
ଗୁଡ ଫ୍ରାଇଡେ ଅନେକ ବର୍ଷ ପୂର୍ବେ ଆଜିର ଏହି ଦିନରେ ପ୍ରଭୂ ଯୀଶୁଖ୍ରୀଷ୍ଟଙ୍କୁ କୃଶାର୍ପିତ କରାଯାଇଥିଲା । ଆଉ ତାଙ୍କର ମରଣ ଦିବସକୁ ଗୁଡ ଫ୍ରାଇଡେ ବା ପବିତ୍ର ଶୁକ୍ରବାର ରୂପେ ପାଳନ କରାଯାଉଛି । କୃଶୀୟ ମରଣ କେତେ ଯେ କଷ୍ଟକର । ହେଲେ ଆଜିର ଏହି ଦିନକୁ ପବିତ୍ର ରୂପେ ପାଳନ କରାଯାଏ କାହିଁକି ? ଧର୍ମୀୟ ଗ୍ରନ୍ଥ ପବିତ୍ର ବାଇବଲ ଅନୁଯାୟୀ ସେ ପବିତ୍ର ଥିଲେ,ଅଛନ୍ତି ଆଉ ରହିଥିବେ । ସେ ପରମେଶ୍ୱରଙ୍କଠାରୁ ପ୍ରେରିତ ହୋଇ ମାନବର ଉଦ୍ଧାର କରିବା ପାଇଁ ପୃଥିବୀକୁ ଆସିଥିଲେ । ସେ ପୃଥିବୀରେ 32 ବର୍ଷ ବୟସ ଯାଏଁ ଜୀବତ ଥିଲେ । ସେ ଜୀବିତ ଥିବା ସମୟରେ ଅନେକ ଅଲୌକିକ କାର୍ଯ୍ୟ ସାଧନ କଲେ । ଅନେକ ରୋଗୀକୁ ସୁସ୍ଥ କଲେ । ଅନ୍ଧକୁ ଦୃଷ୍ଟି, ଖଞ୍ଜକୁ ଗୋଡ଼ ଦେଲେ । ପୁଣି ପାପିକୁ ପାପରୁ କ୍ଷମା ବି କଲେ । ଶେଷରେ ତାଙ୍କରି ହାତରେ ତିଆରି ମଣିଷ ତାଙ୍କୁ ହିଁ ଚିହ୍ନିଲା ନାହିଁ । ବିନା ଦୋଷରେ ଦୋଷି ସାବ୍ୟସ୍ତ କଲା । ତାଙ୍କୁ ନେଇ କେତେ ଯେ ଥଟ୍ଟା କଲା । ଗାଲରେ ଚାପୁଡ଼ା, ପିଠିରେ କରୋଡ଼ା ମାରିଲା । ବିନା ଦୋଷରେ ବି ସବୁ ସହିଗଲେ ସେ ପଦେ ହେଲେ ଉତ୍ତର ଦେଲେ ନାହିଁ । ମଣିଷକୁ ଏତେ ପ୍ରେମ କଲେ ଯେ ଶରୀରରୁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ରକ୍ତ ଝରାଇଲେ । ଶେଷରେ କୃଶ ବୋହି ଗଲଗଥାକୁ ଆରୋହଣ କଲେ ...