GOOD FRIDAY #GOOD_FRIDAY
ଗୁଡ ଫ୍ରାଇଡେ
ଅନେକ ବର୍ଷ ପୂର୍ବେ ଆଜିର ଏହି ଦିନରେ ପ୍ରଭୂ ଯୀଶୁଖ୍ରୀଷ୍ଟଙ୍କୁ କୃଶାର୍ପିତ କରାଯାଇଥିଲା । ଆଉ ତାଙ୍କର ମରଣ ଦିବସକୁ ଗୁଡ ଫ୍ରାଇଡେ ବା ପବିତ୍ର ଶୁକ୍ରବାର ରୂପେ ପାଳନ କରାଯାଉଛି । କୃଶୀୟ ମରଣ କେତେ ଯେ କଷ୍ଟକର । ହେଲେ ଆଜିର ଏହି ଦିନକୁ ପବିତ୍ର ରୂପେ ପାଳନ କରାଯାଏ କାହିଁକି ? ଧର୍ମୀୟ ଗ୍ରନ୍ଥ ପବିତ୍ର ବାଇବଲ ଅନୁଯାୟୀ ସେ ପବିତ୍ର ଥିଲେ,ଅଛନ୍ତି ଆଉ ରହିଥିବେ । ସେ ପରମେଶ୍ୱରଙ୍କଠାରୁ ପ୍ରେରିତ ହୋଇ ମାନବର ଉଦ୍ଧାର କରିବା ପାଇଁ ପୃଥିବୀକୁ ଆସିଥିଲେ । ସେ ପୃଥିବୀରେ 32 ବର୍ଷ ବୟସ ଯାଏଁ ଜୀବତ ଥିଲେ । ସେ ଜୀବିତ ଥିବା ସମୟରେ ଅନେକ ଅଲୌକିକ କାର୍ଯ୍ୟ ସାଧନ କଲେ । ଅନେକ ରୋଗୀକୁ ସୁସ୍ଥ କଲେ । ଅନ୍ଧକୁ ଦୃଷ୍ଟି, ଖଞ୍ଜକୁ ଗୋଡ଼ ଦେଲେ । ପୁଣି ପାପିକୁ ପାପରୁ କ୍ଷମା ବି କଲେ । ଶେଷରେ ତାଙ୍କରି ହାତରେ ତିଆରି ମଣିଷ ତାଙ୍କୁ ହିଁ ଚିହ୍ନିଲା ନାହିଁ । ବିନା ଦୋଷରେ ଦୋଷି ସାବ୍ୟସ୍ତ କଲା । ତାଙ୍କୁ ନେଇ କେତେ ଯେ ଥଟ୍ଟା କଲା । ଗାଲରେ ଚାପୁଡ଼ା, ପିଠିରେ କରୋଡ଼ା ମାରିଲା । ବିନା ଦୋଷରେ ବି ସବୁ ସହିଗଲେ ସେ ପଦେ ହେଲେ ଉତ୍ତର ଦେଲେ ନାହିଁ । ମଣିଷକୁ ଏତେ ପ୍ରେମ କଲେ ଯେ ଶରୀରରୁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ରକ୍ତ ଝରାଇଲେ । ଶେଷରେ କୃଶ ବୋହି ଗଲଗଥାକୁ ଆରୋହଣ କଲେ । ସେଠାରେ ତାଙ୍କ ହାତ ଓ ପାଦରେ କଣ୍ଟା ମାରି କୃଶରେ ଟଙ୍ଗାଇ ଦେଇଥିଲେ । ସେ କୃଶ ଉପରେ ସାତଟି ବାଣୀ କହିଥିଲେ ।
1- ପିତା ଏମାନଙ୍କୁ କ୍ଷମା କର । କାରଣ ସେମାନେ କଣ କରୁଛନ୍ତି ତାହା ଜାଣନ୍ତି ନାହିଁ । 2- ମୁଁ ସତ୍ୟ କହୁଛି ତୁମେ ଆଜି ମୋ ସହ ସ୍ୱର୍ଗକୁ ଯିବ । 3- ହେ ମାତା, ତୁମ ପୁତ୍ରକୁ ଦେଖ । ହେ ପୁତ୍ର, ତୁମ ମାତାକୁ ଦେଖ । 4- ହେ ଈଶ୍ୱର, ଆପଣ ମୋତେ କାହିଁକି ପରିତ୍ୟାଗ କଲ । 5- ମୋତେ ଶୋଷ ଲାଗୁଛି । 6- ଶେଷ ହେଲା । 7- ହେ ପିତା, ଆପଣଙ୍କ ପାଖରେ ମୋ ଆତ୍ମାକୁ ସମର୍ପିତ କରୁଛି । ଏହା କହି ସେ କୃଶ ଉପରେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କର ପ୍ରାଣ ତ୍ୟାଗ କ୍ଷଣି ପୃଥିବୀରେ ଅନ୍ଧକାର ପୁଣି ଭୂମିକମ୍ଫ ମଧ୍ୟ ହୋଇଥିଲା । ଯୀରୁଶାଲମରେ ମନ୍ଦିରରେ ରହିଥିବା ପରଦା ବି ଚିରି ଯାଇଥିଲା । ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ହେତୁ ସମସ୍ତ ମାନବ ଜାତି ପାପ ଧୋଇ ହୋଇଯାଇଛି । ଆଜି ଯେ କେହି ତାଙ୍କ ନାମରେ ବିଶ୍ୱାସ କରିବ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ ବୋଲି ପବିତ୍ର ବାଇବଲ କୁହେ । ଆଜିର ଦିନ ଏକ ବିଜୟ, ଆରୋଗ୍ୟ, ସଫଳତା, ମୁକ୍ତ ଓ କ୍ଷମା ପ୍ରାପ୍ତିର ଦିବସ । ତେଣୁ ଆଜିର ଦିନକୁ ଏକ ପବିତ୍ର ଦିବସ ରୂପେ ପାଳନ କରାଯାଉଛି ।

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2525313704730932"
crossorigin="anonymous"></script>
Comments
Post a Comment